Tuesday, October 13, 2026
Home ଅପରାଧ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ

8

ସୋନପୁର,୦୯/୧୦/୨୧ (ଜିଲ୍ଲା ଖବର) : ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କଲା ସୋନପୁର ଜିଲ୍ଲା ଅନ୍ତର୍ଗତ ତରଭା ପୋଲିସ I  ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ତରଭା ପୋଲିସ ଘାଟକଇଁତରା ଗ୍ରାମ ନିକଟସ୍ଥ ପୋଲ ପାଖରେ ଗୋଟିଏ ଆମ୍ବୁଲାନ୍ସକୁ ଅଟକାଇଥିଲା I ଉକ୍ତ ଆମ୍ବୁଲାନ୍ସକୁ ଯାଞ୍ଚ କରିବା ବେଳେ ସେଥିରୁ ଆଠଟି ବସ୍ତାରେ ଗଞ୍ଜେଇ ରହିଥିବା ପୋଲିସ ଜାଣିବାକୁ ପାଇଥିଲା I

ଆମ୍ବୁଲାନ୍ସଟି ବେସରକାରୀ ହୋଇଥିବାବେଳେ ପୋଲିସକୁ ଫାଙ୍କିବା ପାଇଁ ଅଭିନବ ଉପାୟ କରିଥିବା ଜଣା ପଡିଛି । ତେବେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିକୁ ପୋଲିସ ଗିରଫ କରିଛି I

 ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ହରିବୋଲ ପାଣ୍ଡେ ହୋଇଥିବା ବେଳେ ଆଉଜଣେ ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ମାୟାଧର ସେଠି ବୋଲି ଜଣାପଡିଛି I ପୋଲିସ ଉକ୍ତ ଗଞ୍ଜେଇ ଏବଂ ଆମ୍ବୁଲାନ୍ସ ବଲେରୋ ଯାହାର ନମ୍ବର ହେଉଛି OD 03 E 0579 କୁ ଜବତ କରିଛି I

ଜବତ ଗଞ୍ଜେଇର ଓଜନ ୨ କୁଇଣ୍ଟାଲ ୮ କେଜି ୪୮୦ ଗ୍ରାମ ବୋଲି ଜଣାପଡିଛି I ଏ ସଂକ୍ରାନ୍ତରେ ତରଭା ଥାନା କେସ ନମ୍ବର 215/21 ଏନଡିପିଏସ ଧାରାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛି।