Thursday, November 12, 2026
Home ଆଞ୍ଚଳିକ ପୁଣି ଡାନ୍ସକରି ସମସ୍ତଙ୍କ ହୃଦୟ ଜିତିଲେ ସନ୍ନି ଲିଓନି

ପୁଣି ଡାନ୍ସକରି ସମସ୍ତଙ୍କ ହୃଦୟ ଜିତିଲେ ସନ୍ନି ଲିଓନି

7

ନୂଆଦିଲ୍ଲୀ, ୦୯/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ କିଏ ବା ନଜାଣେ । ତାଙ୍କର ଅନ୍ଦାଜ୍ ଓ ଷ୍ଟାଇଲକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସନ୍ନି। ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଚାହିଁ ରହିଥାଆନ୍ତି ଫ୍ୟାନ୍ସ । ନିକଟରେ ତାଙ୍କର ଏକ ଡାନ୍ସ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ କନିକା କପୁରଙ୍କ ‘ମଧୁବନ’ ଗୀତରେ ନାଚୁଥିବା ନଜର ଆସୁଛନ୍ତି ।

ସନ୍ନିଙ୍କ ଦ୍ବାରା, ଇନଷ୍ଟାଗ୍ରାମରେ  ସେୟାର ହୋଇଥିବା ଭିଡିଓକୁ , ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ‘ସନ୍ନି ମାଡାମ୍ ଆପଣ ବହୁତ୍ ହଟ ଲାଗୁଛନ୍ତି’ବୋଲି କହୁଥିବା ବେଳେ, କେହି କେହି ଖୁବ୍ ସୁନ୍ଦର ନାଚ ବୋଲି କହୁଛନ୍ତି ।  

ପ୍ରକାଶ ଥାଉକି, ସନ୍ନି ଲିଓନି ଆଗାମୀ ଦିନରେ ସାଉଥ୍‌ ସିନେମାରେ ଧୁମ୍ ମଚେଇବାକୁ ଯାଉଛନ୍ତି । ତାମିଲ୍ ଫିଲ୍ମ୍ ‘ଭୀରମାଦେଭୀ’ରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। କେବଳ ଏତିକି ନୁହେଁ, ଏହା ସହିତ ସେ , ମଲୟାଲମ ଫିଲ୍ମ ‘ରଙ୍ଗୀଲା’ରେ ବି ନଜର ଆସିବେ।

ଏହା ସହିତ ତାଙ୍କର ଆଉ ଏକ ତାମିଲ୍ ଫିଲ୍ମ ‘ଶୋରୀ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଖାଲି ଏତିକି ନୁହେଁ, ସେ ମଧ୍ୟ ତେଲୁଗୁ ଫିଲ୍ମ ‘କୋକା କୋଲା’ ଓ ‘ହେଲେନ୍’ରେ ବି ନଜର ଆସିବେ। ଏହା ବ୍ୟତୀତ ସନ୍ନୀ କନ୍ନଡ ଫିଲ୍ମ ‘କୋଟୀଗୋବ୍‌ବା ୩’ ଓ ହିନ୍ଦୀ ଫିଲ୍ମ ‘ଦ ବଟମ୍‌ ଅଫ୍ ଭୀମା କାରେଗାଓଁ’ରେ ଏକ ବିଶେଷ ଗୀତରେ ଦେଖାଦେବେ।