
୦୯/୧୦/୨୧ (ଜିଲ୍ଲା ଖବର) : ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ । ପାରଳାଖେମୁଣ୍ଡି କୋର୍ଟରେ ପହଞ୍ଚି ଚାର୍ଜସିଟ ଦାଖଲ କଲେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ଡିଏସପି ଜ୍ଞାନରଞ୍ଜନ ମିଶ୍ର ।
ବିଦ୍ୟା ଭାରତୀଙ୍କ ନାଁରେ 80 ରୁ ଅଧିକ ସାକ୍ଷ୍ୟ ପ୍ରମାଣ ପତ୍ର ନେଇ 3 ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେବା ସହ ସୌମ୍ୟଙ୍କ ମୃତ୍ୟୁରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।
କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିଲେ ତେବେ ବିଦ୍ୟାଭାରତୀଙ୍କ ଅବହେଳା କରିଥିବା ତଦନ୍ତରେ ଜଣା ପଡିଛି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।



