Wednesday, October 14, 2026
Home ଅପରାଧ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ

ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ

42

ଶେରଗଡ଼,୮/୧୦ (ଜିଲ୍ଲା ଖବର ) ଶୁକ୍ରବାର ସନ୍ଧ୍ୟା ଘ.୬,୩୦ମି ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଏସ. ବି. ଆଇ ବ୍ୟାଙ୍କ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାରପାଣି ଗ୍ରାମପଂଚାୟତ ର ବାରସିଙ୍ଗି ଗ୍ରାମର ବିଘ୍ନେଶ୍ୱର ଗୌଡ଼ (29) ନାମକ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଶେରଗଡ଼ରୁ ଚିକିଲି ଅଭିମୁଖେ ଯାଉଥିବା ସମୟରେ,ସିମେଣ୍ଟ ଢାଳି ଆସୁଥିବା ଏକ ଟ୍ରକ (OR07E 8427 )ବିଘ୍ନେଶ୍ଵରକୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବିଘ୍ନେଶ୍ୱର ଙ୍କ ମୃତ୍ୟୁ ଘଟିଛି, ଧକ୍କାଦେଇ ଟ୍ରକ ଦ୍ରୁତ ଗତିରେ ଫେରାର ହୋଇଯାଉଥିବା ସମୟରେ କାଳଶଣ୍ଡପୁର ଠାରେ କିଛି ସମାଜସେବୀଙ୍କ ଦ୍ୱାରା ଡ୍ରାଇଭର କୁ ଧରାଯାଇ ଗିରଫ କରାଯାଇଛି ।

ଶେରଗଡ, ଅଖିଳ କୁମାର ପଟ୍ଟନାୟକ ।