Thursday, November 12, 2026
Home ଆଞ୍ଚଳିକ ଫିଲ୍ମ ‘ଫ୍ରେଡି’ ପାଇଁ ୧୪ କିଲୋ ଓଜନ ବଢାଇଲେ କାର୍ତ୍ତିକ ଆର୍ଯ୍ୟନ୍

ଫିଲ୍ମ ‘ଫ୍ରେଡି’ ପାଇଁ ୧୪ କିଲୋ ଓଜନ ବଢାଇଲେ କାର୍ତ୍ତିକ ଆର୍ଯ୍ୟନ୍

14

ମୁମ୍ବାଇ,୦୮/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ’ଫ୍ରେଡି’ କୁ ନେଇ ବେଶ ଉସ୍ବାହିତ ଅଛନ୍ତି । ଅନେକ ସମୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ତାଙ୍କ ଫିଲ୍ମ ବିଷୟରେ ଅପଡେଟ ଦିଅନ୍ତି । ନିଜ ଅଭିନୟ ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତୁଥିବା କାର୍ତ୍ତିକ, ଏବେ ତାଙ୍କର ବଡି ଟ୍ରାନ୍ସଫର୍ମେସନ୍ସଙ୍କୁ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି । ଏକତା କପୁରଙ୍କ ଫିଲ୍ମ’ଫ୍ରେଡି’ ପାଇଁ ସେ ତାଙ୍କର ୧୨ ରୁ ୧୪ କିଲୋ ଓଜନ ବଢାଇଛନ୍ତି ।

କାର୍ତ୍ତିକଙ୍କ ଫିଟନେସ ଟ୍ରେନର ସମୀର ଜୌରା ଏନେଇ ସୂଚନା ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ‘ଫ୍ରେଡି’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଭୂମିକା ପାଇଁ ତାଙ୍କ ଟ୍ରାନ୍ସଫର୍ମେସନ୍ ଏବଂ ଓଜନ ବୃଦ୍ଧି ବିଷୟରେ କହିଛନ୍ତି।

ସେ କହିଛନ୍ତି ଯେ,  ‘ଟ୍ରାନ୍ସଫର୍ମେସନ୍ ମୋଟା କିମ୍ବା ପତଳା ହେବାରେ ସୀମିତ ନୁହେଁ। ଏଥିରେ ବେଳେବେଳେ ଫ୍ୟାଟ୍ ଲଗାଇବା ବି ଅନ୍ତର୍ଭୁକ୍ତ ହୋଇଥାଏ।  ଏଥିପାଇଁ ଡିସିପ୍ଲିନ୍ ଆବଶ୍ୟକ ହୋଇଥାଏ ଏବଂ ବ୍ୟାୟାମ ଓ  ସଠିକ୍ ଡାଏଟ୍ ଅନୁସରଣ କରିବାକୁ ପଡିଥାଏ। ଫ୍ରେଡିରେ ତାଙ୍କର ଚରିତ୍ର ପାଇଁ କାର୍ତ୍ତିକ ୧୪ କିଲୋ ଓଜନ ବଢାଇଛନ୍ତି।