ପରୀ ହତ୍ୟାକାଣ୍ଡ ମାମଲା; ଆଜି ସାକ୍ଷୀ ଦେବେ ଦ୍ୱିତୀୟ ପ୍ରତ୍ୟେକ୍ଷଦର୍ଶୀ ଚରଣ ପ୍ରଧାନ

2

ନୟାଗଡ,୦୮/୧୦/୨୧ (ଜିଲ୍ଲା ଖବର) :  ନୟାଗଡ଼ ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା ।  ହତ୍ୟାକାଣ୍ଡର  ୩ ମୁଖ୍ୟ ସାକ୍ଷୀଙ୍କ ମଧ୍ୟରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଆଜି ସାକ୍ଷୀ ଦେବେ SIT ଦର୍ଶାଇଥିବା ଘଟଣାର ଦ୍ୱିତୀୟ ପ୍ରତ୍ୟେକ୍ଷଦର୍ଶୀ ଚରଣ ପ୍ରଧାନ l

ପରୀ ନିଖୋଜ ଦିନ ଅଭିଯୁକ୍ତ ନାବାଳକ ଘରକୁ  ବୁଲିବାକୁ ଯାଇଥିବା ନେଇ SIT ଆଗରେ କହିଥିଲେ ଚରଣ ପ୍ରଧାନ।  ଅନ୍ୟପକ୍ଷେ, ପରୀ ହତ୍ୟାକାଣ୍ଡରେ ବାବୁଲି ନାୟକର ଘନିଷ୍ଠ ସହଯୋଗୀ ଭାବେ ହତ୍ୟାକାଣ୍ଡ ପଛରେ ଚରଣ ପ୍ରଧାନର ଭୂମିକା ରହିଛି ।

ଏହାସହ ପରୀ ନିଖୋଜ ଦିନ ସେମାନଙ୍କୁ ପରୀ ଗାଁ ବାହାରକୁ ଚାଲି ଯାଇଥିବା କହି ଭୁଆଁ ବୁଲାଇଥିବା ନେଇ ଚରଣ ପ୍ରଧାନ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ପରୀର ମା ସୌଦାମିନୀ ସାହୁ l