Thursday, November 12, 2026
Home ଆଞ୍ଚଳିକ ବଦଳିଲା ନେହାଙ୍କ ଲୁକ୍

ବଦଳିଲା ନେହାଙ୍କ ଲୁକ୍

5

ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଚୁଲବୁଲି ଗାୟିକା ନେହା କକ୍କର, ସବୁବେଳେ ତାଙ୍କର ଗାୟନ ଶୈଳୀ ଏବଂ ତାଙ୍କର ନଟଖଟ ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ନେହା । ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ୍ ନୁହଁନ୍ତି ତାଙ୍କର ।  ପ୍ରେଫେସନାଲ ଲାଇଫରୁ ଆରମ୍ଭ କରି ପର୍ସନାଲ ଲାଇଫକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ତାଙ୍କର ବଦଳିଥିବା ଲୁକର ରାଜ୍ ବିଷୟରେ କହୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ସେ କହୁଛନ୍ତି ଯେ, ‘ପାଣି ପିଅନ୍ତୁ,ହାଇଡ୍ରେଟ୍ ରୁହନ୍ତୁ । ତ୍ବଚା ବହୁତ୍ ଭଲ ରୁହେ , ଏହା ମତେ ପରେ ଅନୁଭବ ହେଲା । ଏଇଥିପାଇଁ ସେବେଠାରୁ  ମୁଁ ମୋ ସାଥିରେ ପାଣି ବୋତଲ ସବୁବେଳେ ରଖେ । ଏହା ଶରୀର ପାଇଁ ବହୁତ୍ ଭଲ ‘ । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।