
ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : ଆଜି ହେଉଛି ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଝିଅ ସୁହାନା ଖାନ ଇନଷ୍ଟାଗ୍ରାମରେ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ, ତାଙ୍କ ବାପା-ମା’ଙ୍କର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଦୁହିଁଙ୍କର ଏହି ଫଟୋ ଖୁବ୍ ସୁନ୍ଦର ଦେଖା ଯାଉଛି । ଏହି ଫଟୋ ସେୟାର କରି ସୁହାନା ଲେଖିଛନ୍ତି ଯେ, ଜନ୍ମଦିନର ଶୁଭେଚ୍ଛା ମା’ । ଏହା ସହିତ ସେ ହାର୍ଟ ଇମୋଜି ସେୟାର କରିଛନ୍ତି । ସୁହାନାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ଅନେକ ସେଲିବ୍ରେଟି ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି ।
ଏଥିରେ ଅନନ୍ୟା ପାଣ୍ଡେ ହାର୍ଟ ଇମୋଜି ସେୟାର କରିଥିବା ବେଳେ, ଗୌରୀ ଖାନଙ୍କ ସାଙ୍ଗ ସୁଜେନ ଖାନ୍ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୁଜେନ ଖାନ ଗୌରୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଭଗବାନଙ୍କ ଭଲପାଇବା ଏବଂ କୃପା ସବୁବେଳେ ତୁମ ଉପରେ ଏବଂ ନିକଟ ସମ୍ପର୍କୀୟଙ୍କ ଉପରେ ଥାଉ । ମୁଁ ତୁମକୁ ବହୁତ୍ ଭଲପାଏ ।
ଅନ୍ୟପଟେ ସୁହାନା ଖାନ ଓ ତାଙ୍କ ପରିବାର ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ତେବେ ଗୌରୀ ଖାନଙ୍କ ଏହି ଜନ୍ମଦିନ ଏକଦମ୍ ଫିକା ଫିକା ରହିବ । ଆର୍ଯ୍ୟନ ଖାନ ଗିରଫ ହୋଇଥିବାରୁ ସମ୍ପୂର୍ଣ୍ଣ ପରିବାର ଏବେ ବେଶ ଦୁଃଖରେ ଅଛନ୍ତି । ଶାହରୁଖ୍ ଖାନ ମଧ୍ୟ ନିଜ ସୁଟିଂ ଛାଡି ମୁମ୍ବାଇ ଫେରିଛନ୍ତି । ଆର୍ଯ୍ୟନ ଘରକୁ ଫେରି ଆସିବାକୁ ସମସ୍ତଙ୍କର ଅପେକ୍ଷା ରହିଛି ।


