Sunday, November 15, 2026
Home ଆଞ୍ଚଳିକ ପୁଣି STF ପଞ୍ଝାରେ ବଜ୍ରକାପ୍ତା ବେପାରୀ

ପୁଣି STF ପଞ୍ଝାରେ ବଜ୍ରକାପ୍ତା ବେପାରୀ

20

ଭୁବନେଶ୍ୱର,୦୮/୧୦/୨୧ (ଜିଲ୍ଲା ଖବର) :   ପୁଣି STF ପଞ୍ଝାରେ ବଜ୍ରକାପ୍ତା ବେପାରୀ । ଖୋର୍ଦ୍ଧା ପିତାପଲି ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା STF । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡିଲ ।

ଦୁଇ ଅଭିଯୁକ୍ତ କୈଳାସ ଖୋସଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ ।  ଏମାନେ କେବିକେ ଅଞ୍ଚଳର ବୋଲି ଏସଟିଏଫ ସୂଚନା ପାଇଛି । ଗତ ଏକ ବର୍ଷ ମଧ୍ୟରେ 5 ଜୀବନ୍ତ ବଜ୍ରକାପ୍ତା ଓ 15 କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ ।