Sunday, November 15, 2026
Home ଆଞ୍ଚଳିକ ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଉଛନ୍ତି ମା’

ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ବେଶରେ ପୂଜା ପାଉଛନ୍ତି ମା’

74

୦୮/୧୦/୨୧ (ଜିଲ୍ଲା ଖବର) : ଚାଲିଛି ନବରାତ୍ରୀ ପୂଜା । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ । ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଏଥିରେ ହିନ୍ଦୁ ଦେବୀଙ୍କୁ (ଦୁର୍ଗା) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପଡ଼ିଥାଏ । 

ତୃତୀୟ ଦିନ-ଚନ୍ଦ୍ରଘଣ୍ଟା: 

ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ। ମା ଚନ୍ଦ୍ରଘଣ୍ଟା ସ୍ୱରୂପ କୁ ପୂଜା କରାଯାଏ । । ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ। ନବରାତ୍ରୀର ତୃତୀୟ ଦନରେ ମା’ ଦୁର୍ଗାଙ୍କୁ ବାଘ ଉପରେ ବିରାଜମାନ ଚନ୍ଦ୍ରଘଂଟା ରୂପେରେ ପୂଜା କରାଯାଇଥାଏ । ଏହି ରୂପରେ ମା’ଙ୍କ ଦଶଭୂଜା ରହିଛି ଏବଂ ଦଶଭୂଜାରେ ଭିନ୍ନ ଭିନ୍ନ ଶସ୍ତ୍ର ଏବଂ ମା’ଙ୍କ ଗଳାରେ ଧଳା ରଙ୍ଗ ଫୁଲମାଳ ଶୋଭା ପାଇଥାଏ । ମା’ଙ୍କ ଏହି ରୂପର ଆରଧାନା କଲେ ଦୀର୍ଘାୟୁ, ଆରୋଗ୍ୟ, ଓ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ମା ଙ୍କ ର ଗାଢ଼ା ଖଇରିଆ ରଙ୍ଗ ପସନ୍ଦ । ତେଣୁ ଏହି ଦିନ ଭକ୍ତ ଗାଢ଼ା ଖଇରିଆ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ।