Sunday, November 15, 2026
Home ଆଞ୍ଚଳିକ ଗୌରୀ ଖାନଙ୍କ ପାଇଁ ଇମୋସନାଲ ପୋଷ୍ଟ ସେୟାର କଲେ ଫରାହ୍ ଖାନ୍

ଗୌରୀ ଖାନଙ୍କ ପାଇଁ ଇମୋସନାଲ ପୋଷ୍ଟ ସେୟାର କଲେ ଫରାହ୍ ଖାନ୍

9

ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : ଗୋଟେ ପଟେ ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ ହୋଇଥିବା ବେଳେ, ଅନ୍ୟପଟେ ଗିରଫ ହୋଇଥିବା ଆଜି ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନର ଶୁଣାଣୀ ହେବାକୁ ଯାଉଛି । ତେବେ ଏଭଳି ପରିସ୍ଥିତିରେ ଶାହରୁଖ୍ ଖାନଙ୍କ ପରିବାର ସହ ଯଡିତ କୋରିଓଗ୍ରାଫର ଫରାହ ଖାନ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

ସେ ଲେଖିଛନ୍ତି ଯେ, ‘ ସବୁଠାରୁ ବଡ ମା’ର ଶକ୍ତି । ମାତା-ପିତାଙ୍କ ଆର୍ଶିବାଦ୍ ପାହାଡ ଏବଂ ସମୁନ୍ଦ୍ରକୁ ବି ଦୋହଲାଇ ପାରେ । ସବୁଠାରୁ ଶକ୍ତିଶାଳୀ ମା’ ଏବଂ ମହିଳା , ଯାହାର ସାହାସକୁ ମୁଁ ଗତ କିଛି ସପ୍ତାହରୁ ନିଜେ ଦେଖିଛି ,ତାଙ୍କୁ ଜନ୍ମଦିନର ଶୁଭକାମନା । ଗୌରୀ ଖାନ,ଆଜି ତୁମକୁ ଜନ୍ମଦିନର ବେଷ୍ଟ ପ୍ରେଜେଣ୍ଟ ଦେଉଛି । ତେବେ ତାଙ୍କର ଏହି ପୋଷ୍ଟ ଦେଖିବା ପରେ ,ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।