Home ଆଞ୍ଚଳିକ ୧୩୬୦ଟି ଡିଆସିଲି କାଠିରେ ପ୍ରଥମ ଯୁଦ୍ଧ ବିମାନ

୧୩୬୦ଟି ଡିଆସିଲି କାଠିରେ ପ୍ରଥମ ଯୁଦ୍ଧ ବିମାନ

15

ପୁରୀ,୦୮/୧୦/୨୧ (ଜିଲ୍ଲା ଖବର) : ୮ ଅକ୍ଟୋବରକୁ ଭାରତରେ ନ୍ୟାସନାଲ ଏୟାର ଫୋର୍ସ ଡେ ଭାବେ ପାଳନ କରାଯାଏ । ବିଶେଷ କରି ଦେଶର ସୁରକ୍ଷାକୁ ନେଇ ଯେଉଁ ଦକ୍ଷ ପାଇଲଟ୍ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ। ଏହି ଅବସରରେ ପୁରୀ ଯୁବ ଆର୍ଟିଷ୍ଟ ଶ୍ୱାସତ ରଂଜନ ସାହୁ ଏକ ନିଆରା ଢଙ୍ଗରେ ଏହି ଦିବସର ଶୁଭେଚ୍ଛା ବାୟୁ ବୀରମାନଙ୍କୁ ଦେଇଛନ୍ତି । 

ସେ ୧୩୬୦ ଟି ଡିଆସିଲି କାଠିରେ ଭାରତର ପ୍ରଥମ ତଥା ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍ମାର୍ଡନ ରେ ଥିବା ପ୍ରଥମ ଯୁଦ୍ଧ ବିମାନର ପ୍ରତିକୃତି ତିଆରି କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ଦିଆସିଲି କାଠିରେ ନିର୍ମିତ ଏହି କଳାକୃତି ତଥା ବିମାନର ଲମ୍ଵ ୩୩ ଇଞ୍ଚ ଓ ଓସାର ୪୦ ଇଞ୍ଚ ରହିଛି ।

: ୮ ଅକ୍ଟୋବରକୁ ଭାରତରେ ନ୍ୟାସନାଲ ଏୟାର ଫୋର୍ସ ଡେ ଭାବେ ପାଳନ କରାଯାଏ । ବିଶେଷ କରି ଦେଶର ସୁରକ୍ଷାକୁ ନେଇ ଯେଉଁ ଦକ୍ଷ ପାଇଲଟ୍ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ। ଏହି ଅବସରରେ ପୁରୀ ଯୁବ ଆର୍ଟିଷ୍ଟ ଶ୍ୱାସତ ରଂଜନ ସାହୁ ଏକ ନିଆରା ଢଙ୍ଗରେ ଏହି ଦିବସର ଶୁଭେଚ୍ଛା ବାୟୁ ବୀରମାନଙ୍କୁ ଦେଇଛନ୍ତି । 