
କଟକ, ୦୮/୧୦/୨୧ (ଜିଲ୍ଲା ଖବର) : ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ । ଆସନ୍ତା କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ ହାଇକୋର୍ଟ । ଏହି ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶ କାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ।
କୋଭିଡ଼ କଟକଣା ମାନି ସକାଳ ୧୧ ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ଦିନ କେଇଟା ପରେ ଦୁର୍ଗାପୂଜା। କିଭଳି ଭାବରେ ସୁରୁଖୁରୁରେ ଦୁର୍ଗା ପୂଜା ହେବ ସେନେଇ କୋଭିଡ ଗାଇଡଲାଇନ ଜାରି ହୋଇଛି।



