Home ଆଞ୍ଚଳିକ ଚବିଶିପ୍ରହରି ନାମ ସଂକୀର୍ତ୍ତନ ଉଦଯାପିତ

ଚବିଶିପ୍ରହରି ନାମ ସଂକୀର୍ତ୍ତନ ଉଦଯାପିତ

24
ଚବିଶିପ୍ରହରି ନାମ ସଂକୀର୍ତ୍ତନ ଉଦଯାପିତ

ବ୍ରହ୍ମପୁର, (ଗୁରୁ ପ୍ରସାଦବ୍ରହ୍ମପୁର ଅନ୍ତର୍ଗତ ଲୋଚପଡ଼ା ଗ୍ରାମ ପଞ୍ଚାୟତର ଲୋଚପଡ଼ା ଖଞ୍ଜିପଡିଆ ସାହିରେ ଚବିଶିପ୍ରହରି ନାମ ସଂକୀର୍ତ୍ତନ ଉଦଯାପିତ ହୋଇଥିଲା। ରାଧାକୃଷ୍ଣଙ୍କ ପାଇଁ ପୂଜା ମଣ୍ଡପ କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । କାର୍ତ୍ତିକପୂର୍ଣ୍ଣିମା (ମଙ୍ଗଳବାର) ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନାମଯଜ୍ଞ କରାଯାଇ ବହୁତ ଆଡମ୍ବର ସହ ପୂଜା ଶେଷ ହୋଇଥିଲା। ଗତ ତିନି ଦିନ ଧରି ସମସ୍ତ ଜନସାଧାରଣ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଓ ପ୍ରାୟ ୩୦୦୦-୪୦୦୦ ଭକ୍ତ ପ୍ରସାଦ ସେବନ କରୁଥିଲେ । ଭସାଣି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଦର୍ଶକ ଆସିଥିବାରୁ ଗ୍ରାମରେ ଜନସମାଗମ ହୋଇଥିଲା। ଉକ୍ତ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଗ୍ରାମର ମିଟୁ ସାହୁ,ବିନୋଦ ସାହୁ,ବିଜୟ କୁମାର ସାହୁ,ବରୁଣ ସାହୁ, ଶଙ୍କର ବେହେରା,ଟୁନା ସାହୁ,କାମ୍ପ ସାହୁ, ମହେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।