
ଭୁବନେଶ୍ୱର,୦୮/୧୦/୨୧ (ଜିଲ୍ଲା ଖବର) : ଆଜିଠୁ ନନ୍ଦନକାନନରେ ଗଡିବ ଟଏ ଟ୍ରେନ। ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ । ଆଜି ସାଢ଼େ ୧୧ଟାରେ ଏହାର ଲୋକାର୍ପଣ ହେବ ।
ଥରକେ ୭୨ ଜଣ ଯାତ୍ରୀ ଟ୍ରେନରେ ବସି ଚିଡିଆଖାନରେ ବନ୍ୟଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ । କୋଭିଡ ଗାଇଡଲାଇନ ପାଳନ କରାଯିବ । ସମସ୍ତ ପର୍ଯ୍ୟଟକଙ୍କ କୋଭିଡ ଟେଷ୍ଟ ରିପୋଟ ଦେଖି ଭିତରକୁ ଛଡାଯିବ।


