
ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : କଥାରେ ଅଛି ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ । ଠିକ୍ ସେହିପରି ବଲିଉଡ ଅଭିନେତା ଶାହରୁଖ୍ ଖାନ ଆଜି ଯେଉଁ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ,ସେଠାରେ ପହଞ୍ଚିବା ପଛରେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ହାତ ରହିଛି । ସେ ସବୁବେଳେ ତାଙ୍କର ସାଥ୍ ଦେଇଛନ୍ତି । ତେବେ ଆଜି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ । ଆଜି ୫୧ ବର୍ଷରେ ପାଦ ଥାପିଲେ ଗୌରୀ । ୮ ଅକ୍ଟୋବର ୧୯୭୦ ଜନ୍ମିତ ଗୌରୀ ଜଣେ ଭଲ ପତ୍ନୀ ହେବା ସହିତ, ଜଣେ ସଫଳ ଇଣ୍ଟିରିୟର ଡିଜାଇନର ମଧ୍ୟ ।
ତେବେ ଆଜି ଗୌରୀଙ୍କ ଜନ୍ମଦିନ ସତ, କିନ୍ତୁ ଏଥର ତାଙ୍କ ଜନ୍ମଦିନରେ କିଛି ଖାସ ହେବ ନାହିଁ । କାହିଁକି ନାଁ,ତାଙ୍କ ବଡ ପୁଅ ଆର୍ଯ୍ୟନ ଖାନ ନିକଟରେ ରେଭ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଏନସିବି କଷ୍ଟଡିରେ ଅଛନ୍ତି । ଏବଂ ଆଜି ଦିନ ୧୧ଟା ସମୟରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣୀ ହେବ । ତେବେ ତାଙ୍କର କେସ ଲଢୁଛନ୍ତି ଜଣାଶୁଣା ଓକିଲୋ ସତୀଶ ମାନସିନ୍ଧେ ।


