Thursday, November 12, 2026
Home ଆଞ୍ଚଳିକ ଫଟୋ ସେୟାର କରି ଏମିତି କହିଲେ, ମାଧୁରୀ ଦିକ୍ଷୀତଙ୍କ ସ୍ୱାମୀ

ଫଟୋ ସେୟାର କରି ଏମିତି କହିଲେ, ମାଧୁରୀ ଦିକ୍ଷୀତଙ୍କ ସ୍ୱାମୀ

5

ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ୍ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ମାଧୁରୀ । ସବୁବେଳେ ସେ ତାଙ୍କର ଫଟୋ , ଡାନ୍ସ ଭିଡିଓ ସେୟାର କରନ୍ତି । ଯାହାକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସେ ଅଭିନୟ ସହିତ ସେ ତାଙ୍କର ଅନ୍ଦାଜରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । କେବଳ ମାଧୁରୀ ନୁହଁନ୍ତି, ତାଙ୍କ ସ୍ବାମୀ ଡକ୍ଟର ଶ୍ରୀରାମ ନେନେ ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ।

କିଛି ଦିନ ପୂର୍ବରୁ ସେ ତାଙ୍କର ଦୁଇ ପିଲାଙ୍କ ଛୋଟବେଳର ଫଟୋ ସେୟାର କରିଥିଲେ । ଆଉ ଏବେ ସେ ତାଙ୍କର ପତ୍ନୀ ମାଧୁରୀଙ୍କ ସହିତ ବହୁତ୍ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମାଧୁରୀ ବିନା ମେକଅପରେ ନଜର ଆସୁଛନ୍ତି । ଏହି ଫଟୋରେ ଦୁହେଁ ଖୁବ୍ ୟଙ୍ଗ୍ ନଜର ଆସୁଛନ୍ତି । ଏହା ହେଉଛି ସେ ସମୟର ଫଟୋ, ଯେତେବେଳେ ଦୁହେଁ ସ୍କୁବା ଡ୍ରାଇଭିଂ ଶିଖୁଥିଲେ ।

ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ,ଫ୍ଲୋରିଡାର ଗ୍ରୀଷ୍ମ ମଧ୍ୟ ଭାଗରେ ଏକ ଗରମ ପାର୍କିଂ ସ୍ଥାନରେ ସ୍କୁବା ଡାଇଭିଂ ଶିଖିବା ପାଇଁ କିଛି ବି ନାହିଁ। ତେବେ ତାଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ମଧ୍ୟ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି । ୧୯୯୯  ମାଧୁରୀ ଦିକ୍ଷୀତ୍ ଏବଂ ଡକ୍ଟର ଶ୍ରୀରାମ୍ ନେନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।