ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲେ ଝାରସୁଗୁଡା ସଫେଇ କର୍ମଚାରୀ

6

ବରଗଡ,୦୮/୧୦/୨୧ (ଜିଲ୍ଲା ଖବର) :  ବରଗଡ଼ରେ ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ବଢ଼ିବାରେ ଲାଗିଛି ଉତ୍ତେଜନା ।  ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ଘଟଣାକୁ ପ୍ରତିବାଦ କରି  ଝାରସୁଗୁଡା ସଫେଇ କର୍ମଚାରୀ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଗତ ଜୁଲାଇ ମାସ ୨୦ ତାରିଖରେ ମାଡପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।  

ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ସେପ୍ଟେମ୍ବର ୨୪ ତାରିଖ ରାତିରେ ଟାଉନ ଥାନାକୁ ଉଠାଇ ଆଣିଥିଲା । ଏହା ପରଦିନ ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା  ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ସେପ୍ଟେମ୍ବର ୨୫ ତାରିଖରେ ବରଗଡ଼ ସହର ଉପକଣ୍ଠ ତୋରା ତେଲିପଡ଼ାର ଯୁବକ ଗୋବିନ୍ଦ କୁମ୍ଭାରଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।