Home ଆଞ୍ଚଳିକ ଦୁଇ ଡୋଜ କୋଭିଶିଲ୍ଡ ଟିକା ନେଲେ ୟୁକେରେ କ୍ବାରେଣ୍ଟାଇନ ଆବଶ୍ୟକ ନାହ୍ନି

ଦୁଇ ଡୋଜ କୋଭିଶିଲ୍ଡ ଟିକା ନେଲେ ୟୁକେରେ କ୍ବାରେଣ୍ଟାଇନ ଆବଶ୍ୟକ ନାହ୍ନି

7

୦୮/୧୦/୨୧ (ଜିଲ୍ଲା ଖବର) : ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ୟୁକେ। ବଦଳାଇଲା ଭାରତୀୟ ଟିକାକୁ ନେଇ ନିଜର ନିଷ୍ପତ୍ତି। ପୂର୍ବରୁ ଦୁଇ ଡୋଜ କୋଭିଶିଲ୍ଡ ଟିକାକୁ ୟୁକେ ଅନୁମତି ଦେଇନଥିଲା।

ଏମିତି କି ଦୁଇ ଡୋଜ ଟିକାକୁ ନେଇଥିଲେ ମଧ୍ୟ ୟୁକେରେ ଭାରତୀୟଙ୍କ ପାଇଁ 10 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଭାରତ ସରକାର ମଧ୍ୟ ଅନୁରୁପ ପଦକ୍ଷେପ ନେବା ସହିତ ୟୂକେକୁ ମୁହଁତୋଡ ଜବାବ ଦେଇଥିଲେ। ଯାହାକୁ ନେଇ ଶେଷରେ ୟୁକେ ନିଜର ଆଭିମୁଖ୍ୟ ବଦଳାଇଥିବା ଦେଖିବାକୁ ମଳିଛି। ଦୁଇ ଡୋଜ କୋଭିଶିଲ୍ଡ ଟିକା ନେଲେ ୟୁକେରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଛି  ।