Wednesday, November 11, 2026
Home ଆଞ୍ଚଳିକ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

9

ବ୍ରହ୍ମପୁର,୦୮/୧୦/୨୧ (ଜିଲ୍ଲା ଖବର) :  ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର। କେହି ହତ୍ୟା କରି ଫୋପାଡି ଦେଇଚାଲିଯାଇଥିବା ଅନୁମାନ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଷାଣି ନୁଆଗାଁ ଥାନା ଅନ୍ତର୍ଗତ ହଳଦିଆ ପଦର ନିକଟ ରାଜ ରାସ୍ତାରେ।

ମୃତକ ଗଞ୍ଜାମ ପୋଲସରା ଅଞ୍ଚଳର ସୁଧୀର କୁମାର ସାହୁ ବୋଲି ଜଣାପଡିଛି ।  କେହି ସୁଧୀରକୁ ହତ୍ୟା କରିବା ପରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି।  ସୁଧୀର ନାମରେ ପାଖାପାଖି ୧୫ଅପରାଧୀକ ମାମଲା ଥିବା ସୁଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ତନାଘନା ଆରମ୍ଭ କରିଛି।