
୦୮/୧୦/୨୧ (ଜିଲ୍ଲା ଖବର) : ଆଜି ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଉପରେ ବିଚାର କରାଯିବ । ତେଣୁ ଏହି ପରିପ୍ରେକ୍ଷୀରେ କୋଟ ପକ୍ଷରୁ ଏନସିବିକୁ ଜବାବ ଦାୟର କରିବାକୁ କୁହାଯାଇଛି । ତାଙ୍କୁ ଜାମିନ ମିଳିବ ନା ନାଇଁ। କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗୁରୁବାର ଦିନ ମୁମ୍ବାଇ କୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି ।
ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏସପ୍ଲାନେଡ୍ କୋର୍ଟରେ ହାଜର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇ ସ୍ଥିତ ଅଫିସ୍ କୁ ନେଇ ଯାଇଛନ୍ତି ।
ମୁମ୍ବାଇ କୋର୍ଟର କହିବାନୁସାରେ, ଶ୍ରୁକ୍ରବାର ଅର୍ଥାତ୍ ଆଜି ଦ୍ୱିପହର ୧୨ଟା ୩୦ ମିନିଟ୍ ରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଉପରେ ବିଚାର କରାଯିବ । ଯାହା ଉପରେ ସମସ୍ତଙ୍କର ନଜର ରହିଛି।


