
ପୁରୀ,୦୮/୧୦/୨୧ (ଜିଲ୍ଲା ଖବର) : ମିଳିଲା ପୁରୀ ଲାଇଟ୍ ହାଉସ୍ ସମ୍ମୁଖ ବେଳାଭୂମିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅରବାଜ୍ କାଦ୍ରୀ। ଗତକାଲି ଲାଇଟ ହାଉସ୍ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ସମୁଦ୍ରରେ ଭାସି ଯାଇଥିଲେ ଅରବାଜ୍।
ସୂଚନାନୁସାରେ, ପୁରୀ ଲାଇଟ୍ ହାଉହ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଭାସି ଜଣେ ନିଖୋଜ ଥିଲେ । ଦୁଇଜଣଙ୍କୁ ବୁଡି ଯାଉଥିବା ସମୟରେ ଉଦ୍ଧାର କରିଥିଲେ ଲାଇଫଗାର୍ଡ। ଆଉ ଜଣେ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ମିଳିଛି।
ଭଦ୍ରକର ୨୨ ବର୍ଷୀୟ ରାକେଶ୍ ଓ ଅନୁଗୁଳର ୨୨ ବର୍ଷୀୟ ଓମ୍ ପ୍ରକାଶ ଯାଦବଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।



