
ନୂଆଦିଲ୍ଲୀ, ୦୮/୧୦/୨୧ (ଜିଲ୍ଲା ଖବର) : ନିକଟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର କପଲ୍ ସାମନ୍ଥା-ନାଗା ଚୈତନ୍ୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଛାଡପତ୍ର ନିଷ୍ପତ୍ତି ନେବା ପରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ଛାଡପତ୍ର ଘୋଷଣା କରିବା ପରେ ସାମନ୍ଥା ସୋସିଆଲ ମିଡିଆଠାରୁ ଦୂରରେ ଥିଲେ। ହେଲେ ଏବେ ପୁଣି ଥରେ ସୋସିଆଲ ମିଡିଆରେ ନଜର ଆସୁଛନ୍ତି । ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହିତ ସେ ନିଜ ହୃଦୟର କଥା ବି କହିଛନ୍ତି।
ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ପୁରୁଣା ପ୍ରେମର ଗୀତ-ପାହାଡ-ବ୍ରିଜ୍ରେ ଶୀତଳ ପବନର ଶବ୍ଦ, ଉପତ୍ୟକାରେ ଦୁଃଖର ଶବ୍ଦ ଏବଂ ପୁରୁଣା ପ୍ରେମୀଙ୍କ ଗୀତ। ପୁରୁଣା ବଙ୍ଗଳା, ପାହାଚ ଏବଂ ରାସ୍ତାରେ ପବନର ଶବ୍ଦ।
ଛାଡପତ୍ର ଘୋଷଣା କରିବା ପରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଏହା ପୋଷ୍ଟ କରିଛନ୍ତି। ପ୍ରଶଂସକ ତାଙ୍କର ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।


