Thursday, November 12, 2026
Home ଆଞ୍ଚଳିକ କାଷ୍ଟିଂ କାଉଚ୍‌ରୁ ବଞ୍ଚିବା ପାଇଁ,ମଦଲସା ଆପଣାନ୍ତି ଏହି ଉପାୟ

କାଷ୍ଟିଂ କାଉଚ୍‌ରୁ ବଞ୍ଚିବା ପାଇଁ,ମଦଲସା ଆପଣାନ୍ତି ଏହି ଉପାୟ

11

ନୂଆଦିଲ୍ଲୀ , ୦୮/୧୦/୨୧ (ଜିଲ୍ଲା ଖବର) : ଟେଲି ଧାରାବାହିକ’ଅନୁପମା’ ମାଧ୍ୟମରୁ ଘରେ ଘରେ ବେଶ ଲୋକପ୍ରିୟ ହୋଇଛନ୍ତି ବଲିଉଡ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ବହୂ ମଦଲସା ଶର୍ମା  । ଏକ ଇଣ୍ଟରଭ୍ୟୁରେ ସମୟରେ ମଦଲସା ତାଙ୍କ କାଷ୍ଟିଂ କାଉଚ୍ ଅଭିଜ୍ଞତା ବିଷୟରେ କହିଛନ୍ତି।

ମଦଲସା କହିଛନ୍ତି,ଆପଣଙ୍କଠାରୁ କେହି ଆପଣଙ୍କ ଇଚ୍ଛା ଛଡାଇ ନେଇ ପାରିବେ ନାହିଁ । ପ୍ରଭାବିତ କରିବାକୁ ଲୋକେ ଆପଣଙ୍କୁ ଚେଷ୍ଟା କରି ପାରନ୍ତି,କିନ୍ତୁ ପ୍ରଭାବିତ ହେବା ହେଉଛି ଏକ ଅଲଗା କଥା ।

ତାଙ୍କର ଭୁଲ୍ ଫାଇଦା ଉଠାଇବାକୁ କେବେ ଚେଷ୍ଟା କରାଯାଇଛି କି,ବୋଲି  ଯେତେବେଳେ ତାଙ୍କୁ ପଚରାଗଲା,  ସେତେବେଳେ ସେ କହିଛନ୍ତି ଯେ, ପୁଅ କିମ୍ବା ଝିଅ ଉଭୟଙ୍କ ପାଇଁ ଆଜିକା ସମୟରେ କୌଣସି ପ୍ରଫେସନରେ ରହିବା ବିପଦଜନକ  । ଅଭିନେତ୍ରୀ ହୁଅନ୍ତୁ କିମ୍ବା କର୍ପୋରେଟ୍ ଫାର୍ମ, ଆପଣ ଯେଉଁଆଡେ ଯିବେ, ପୁରୁଷମାନେ ମହିଳାଙ୍କ ପାଖରେ ବୁଲିବା ଆରମ୍ଭ କରନ୍ତି । ବେଳେବେଳେ ଏପରି କିଛି ଲୋକ ମିଳନ୍ତି, ଯାହାକୁ ଆପଣ ଜଣେ ବ୍ୟକ୍ତି, ଅଭିନେତା କିମ୍ବା କର୍ମଚାରୀ ଭାବରେ ସେତିକି ଦେବାକୁ ଚାହାଁନ୍ତି ନାହିଁ ଯେତିକି ସେ ଇଚ୍ଛା ରଖନ୍ତି।

କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ,ଯଦି ମୁଁ ବ୍ୟକ୍ତଗତ ଭାବେ କାହାର ଉପସ୍ଥିତିରେ ଅସହଜ ମନେ କରେ, ମୁଁ ସେଠାରୁ ଉଠି ବାହାରକୁ ଚାଲିଯାଏ । କେହି ମତେ ଅଟକାଇବାକୁ ନାହାଁନ୍ତି କି ଅଟକାଇ ପାରିବେ ନାହିଁ । ତେଣୁ ଏହା ହେଉଛି ମୋ ବ୍ୟକ୍ତଗତ ପସନ୍ଦ ।