ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି

5

ମାଲକାନଗିରି,୦୮/୧୦/୨୧ (ଜିଲ୍ଲା ଖବର) :  ପ୍ରବଳ ବର୍ଷା ଯୋଗୁଁ  ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସାହି ଜଳମଗ୍ନ ।  ମଧ୍ୟରାତ୍ରରେ ଜିଲ୍ଲାରେ ବର୍ଷା ଯୋଗୁଁ  ଜିଲ୍ଲା ସଦର ମହକୁମାର ଟେକଗୁଡା ସାହି,  ଶ୍ରୀଲଙ୍କା କଲୋନୀ ସାହିରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିବା ସହ ଘର ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି ।

ଯାହା ଫଳରେ ସେହି ଲୋକମାନଙ୍କ ଘରେ ଥିବା ଖାଦ୍ୟ ସହ ଅନେକ ନିତ୍ୟ ବ୍ୟବହାର ସାମଗ୍ରୀ ନଷ୍ଟ ହେଇ ଯାଇଛି । ଯଦି ଜିଲ୍ଲାରେ ଏପରି ବର୍ଷା ହୁଏ ତେବେ ଜାରି ରୁହେ ତାହାଲେ ଜିଲ୍ଲାର ସମସ୍ତ ମୁଖ୍ୟ ତଳୁଆ ପୋଲ ବୁଡିବାର ମଧ୍ୟ ସମ୍ଭାବନା ରହିଛି ।