Sunday, November 15, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଏବଂ ପାଠଚକ୍ର ଉତ୍ସବ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଏବଂ ପାଠଚକ୍ର ଉତ୍ସବ

23

ଆସିକା,୭/୧୦ (ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ତଥା ପାଠଚ଼କ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀ ସଭାପତିତ୍ବ କରିବା ସହ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା, ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସ୍ମିତାରାଣୀ ପଣ୍ଡା, ଅଧ୍ୟାପିକା ଡ଼. ସସ୍ମିତା ପାତ୍ର, ଅଧ୍ୟାପକ ଶ୍ରୀ ଅରୁଣ କୁମାର ସେଠୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟରେ ନୂତନଭାବେ ନାମଲେଖାଇଥିବା ଯୁକ୍ତ ତିନି କଳା ଓଡିଆ ଅନର୍ସ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କଲାପରେ “ରାବଣ ଛାୟା ନୃତ୍ୟ” ସନ୍ଦର୍ଭକୁ ନେଇ ଏକ ପାଠଚ଼କ୍ରର ଆଲୋଚନା କରାଯାଇଥିଲା। ଏହି ଓଡ଼ିଆ ପାଠଚକ୍ରର ଉପସ୍ଥାପନା ମହାବିଦ୍ୟାଳୟର ଯୁକ୍ତ ତିନି ଓଡ଼ିଆ ଛାତ୍ରୀ ସୁଶ୍ରୀ ସୁଚ଼ିତ୍ରା ଜେନା ଉପସ୍ଥାପନା କରିଥିଲେ। ପାଠଚ଼କ୍ରର ସବିଶେଷ ଆଲୋଚ଼ନା ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ, ଓଡ଼ିଆ ବିଭାଗର ବିଭାଗୀୟ ଅଧ୍ୟକ୍ଷାଙ୍କ ଦ୍ବାରା କରାଯାଇଥିଲା। ସଭାକାର୍ଯ୍ୟ ପରିଶେଷରେ ଯୁକ୍ତ ତିନି ତୃତୀୟ ବର୍ଷ କଳା ଓଡ଼ିଆ ଅନର୍ସର ମେଧାବୀ ଛାତ୍ର ନୀଳାଞ୍ଚଳ ଗୌଡ଼ଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।