
ଆସିକା,୭/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମହାରାଜପୁର କନ୍ଧସୁନ୍ଦରପଲ୍ଲୀ ଠାରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟିବି ମୁକ୍ତ ଗଞ୍ଜାମ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି l ଏହି ଅବସରରେ ଆଜି ଗ୍ରାମରେ ଯକ୍ଷ୍ମା ରୋଗର ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା l
50 ରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦେଇଥିବା ବେଳେ ସେମାନଙ୍କୁ ଯକ୍ଷ୍ମା ରୋଗ ବିଷୟରେ ସଚେତନ ବାର୍ତ୍ତା ଦିଆଯିବା ସହିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ଠାରୁ କଫ ସଂଗ୍ରହ କରାଯାଇ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା ନିମନ୍ତେ ପଠାଯାଇଥିଲା l ଏହି ଶିବିର ରେ ବାଲିସିରା LHV ଜୟନ୍ତୀ ପ୍ରିୟା ଜେନା, ଆସିକା STS ସଂଗୀତା ରାଣୀ ସ୍ୱାଇଁ, ଗୁଣ୍ଠୁପଡା ANM ମେନକା ମହାନ୍ତି, ବାଲିସିରା ANM ନନ୍ଦିତା ଦାଶ, ପଢଲ ଜୟପୁର TBC ଦେବଦର୍ଶିନୀ, ସିଦ୍ଧନଇ TBC ହିମାଂଶୁ ଶେଖର, ଆଶା କର୍ମୀ ଓ ଗ୍ରାମର ସ୍ବେଛାସେବୀ ବଳରାମ, ମଧୁସୂଦନ ଏହି ଶିବିରରେ ଯୋଗଦେଇ ସହଯୋଗ କରିଥିଲେ l




