
ଜଟଣୀ, ୦୭/୧୦/୨୧ (ଜିଲ୍ଲା ଖବର) : ମଙ୍ଗଳବାର ଜଟଣୀ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜଟଣୀ ସହରର ମୁଖ୍ୟ ରାସ୍ତାରେ ନିର୍ମାଣ ହେଉଥିବା ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜ୍ କାମ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଏହା କହିଛନ୍ତି ।
ଏହି ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଛନ୍ତି, ବ୍ରିଜ୍ କାର୍ଯ୍ୟ ଆସନ୍ତା ବର୍ଷ ପ୍ରଥମ ସପ୍ତାହରେ ସାରି କାର୍ଯ୍ୟକ୍ଷମ କରିବାକୁ ଜଟଣୀ ବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ରେଳ ବିଭାଗର କୌଣସି ସମସ୍ୟା ଯୋଗୁଁ ନିର୍ମାଣ କାର୍ଯ୍ୟ ସରିପାରି ନାହିଁ | ତେଣୁ ୨୦୨୨, ମାର୍ଚ୍ଚ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ସେ କହିଛନ୍ତି।



