
୦୭/୧୦/୨୧ (ଜିଲ୍ଲା ଖବର) : ନୂଆଦିଲ୍ଲୀ ଜଗନ୍ନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ପାଇଁ ଚିଠି ଲେଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସର୍ବ ପ୍ରଥମେ ସେ କିଛି ବିଜେପି କାର୍ଯ୍ୟ କର୍ତ୍ତାଙ୍କ ସହିତ ହଜଖାସ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଦୀର୍ଘ୍ୟୟୁ କାମନା କରିଥିଲେ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବାରେ 20 ବର୍ଷ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ 20 ବର୍ଷର ନିରନ୍ତର ସେବା ମଧ୍ୟରେ କେବେ ଥକି ଯାଇ ନାହାନ୍ତି । ସେ କେବେ ବି ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦିନ ଛୁଟି ମଧ୍ୟ ନେଇ ନାହାନ୍ତି । ଏହି ପରି ଭାବେ ଭାରତ ପାଇଁ ସେ କାର୍ଯ୍ୟ କରନ୍ତୁ ବୋଲି ସମ୍ବିତ ପାତ୍ର କହିଛନ୍ତି ।
ଏହି ଅବସରରେ ସାରା ଦେଶରେ ବିଜେପି ନେତା ଏବଂ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମଧ୍ୟମରେ ଚିଠି ଲେଖୁଛନ୍ତି । ପୋଷ୍ଟ କାର୍ଡରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ବିଜେପି ନେତା ଏବଂ କର୍ମୀ ।


