
ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ତାଙ୍କର ପ୍ରେମ କାହାଣୀ ଠାରୁ ଆରମ୍ଭ କରି , ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବା ଏବଂ ଦୁହେଁ ଦୁହିଁଙ୍କୁ ସବୁ ସମୟରେ ସପୋର୍ଟ କରୁଥିବା କଥାକୁ ମଧ୍ୟ, ବେଶ ପସନ୍ଦ କରନ୍ତି ଦର୍ଶକ । ଏହି ଯୋଡି ଆରମ୍ଭରୁ ହିଁ , ଦୁହେଁ ଦୁହିଁଙ୍କ ଭଲ, ଖରାପ ସମୟରେ ଦୁହେଁ ଦୁହିଁଙ୍କ ସାଥ୍ ଦିଅନ୍ତି । ଦୀପିକା କେମିତି ତାଙ୍କୁ କାମରେ ସାହାଯ୍ୟ କରନ୍ତି ତାକୁ ନେଇ ଖୁଲାସା କରିଛନ୍ତି ରଣବୀର ସିଂହ ।
ଖୁବ୍ ଶୀଘ୍ର ଟିଭିରେ ଡେବ୍ୟୁ କରିବେ ଅଭିନେତା ରଣବୀର ସିଂହ । କୁଇଜ୍ ଶୋ’ ‘ଦ ବିଗ୍ ପିକଚର’କୁ ନେଇ ଆସୁଛନ୍ତି ସେ । ତେବେ ନିକଟରେ ତାଙ୍କୁ ପଚରା ଯାଇଥିଲା ଯେ, ପତ୍ନୀ ଦୀପିକା ତାଙ୍କୁ ଟିପ୍ସ ଦିଅନ୍ତି ଏବଂ ଏହି ଶୋ’କୁ ନେଇ ଦୀପିକାଙ୍କ ରିଆକ୍ସନ କ’ଣ ଥିଲା। ଏହାକୁ ନେଇ ରଣବୀର କହିଥିଲେ ଯେ, ‘ଦୀପିକାଙ୍କ ପାଖରେ ସବୁବେଳେ ମୋ ପାଇଁ ଆଲୋଚନା ଥାଏ । ଯାହାକୁ ମୁଁ ସକରାତ୍ମକ ଭାବେ ନିଏ । ଏହି ଶୋ’କୁ ନେଇ ସେ ମତେ କିଛି ଟିପ୍ସ ଦେଇଥିଲେ । ମୁଁ ତାଙ୍କର ସେହି ପଏଣ୍ଟସକୁ ନୋଟ କରି ତାକୁ ନେଇ କାମ କରୁଛି । ମୁଁ ବହୁତ୍ ଖୁସି ଯେ , ମୋ ପାଖରେ ଏମିତି ଜଣେ ଚାଲକ୍ ପତ୍ନୀ ଅଛନ୍ତି । ଯିଏକି ତାଙ୍କର ଆଲୋଚନାରେ ମୋ କାମକୁ ସହଜ କରିବାରେ ସାହାଯ୍ୟ କରନ୍ତି ।
କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ଏବଂ ଦୀପିକା ସବୁବେଳେ ତାଙ୍କ ପ୍ରୋଜେକ୍ଟକୁ ନେଇ କଥାବାର୍ତ୍ତା କରନ୍ତି । ଆଉ ସେ ଦୀପିକାଙ୍କ ଠାରୁ ଟିପ୍ସ ପାଇ ଖୁସି ହୁଅନ୍ତି ।


