
ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଡ୍ରାମା କୁଇନ, ରାକ୍ଷୀ ସାଓ୍ୱନ୍ତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ । ଏହା ସହିତ କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ଠିକ୍ ସେମିତି ନିକଟରେ ସେ ତାଙ୍କର ଏକ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି , ଯାହା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ୍ । ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବୁଢି ରୂପରେ ସେ ନଜର ଆସୁଛନ୍ତି । ତାଙ୍କର ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ । ଏବଂ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ, ରାକ୍ଷୀଙ୍କ ଚେହେରାରେ କୁଞ୍ଚନ ,ଧଳା କେଶ ସାଙ୍ଗକୁ ସେ ଏକ କଳା ଚଷମା ପିନ୍ଧିଥିବା ନଜର ଆସୁଛି ।
ଏହି ଫଟୋ ସେୟାର କରି ସେ ଲେଖିଛନ୍ତି , ‘ୟେ କିଏ’ ? ତେବେ ତାଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେଉଛି । ଜଣେ ୟୁଜର ଲେଖିଛନ୍ତି ଯେ, ୮୦ ବର୍ଷର ରାକ୍ଷୀ ସାଓ୍ବନ୍ତ’ । ଅନ୍ୟଜଣେ ଲେଖିଛନ୍ତି’ ଏହା କ’ଣ ହୋଇଗଲା’ । ଆଉ ଜଣେ ଲେଖିଛନ୍ତି, ‘ଏହା ଆସିବାକୁ ଯାଉଥିବା କେଉଁ ପ୍ରୋଜେକ୍ଟର ଲୁକ୍’ ?


