
ନୂଆଦିଲ୍ଲୀ ,୦୭/୧୦/୨୧ (ଜିଲ୍ଲା ଖବର) : ଟଲିଉଡ ଅଭିନେତା ସାଇ ଧରମ୍ ତେଜ୍ ଗତ ୧୦ ସେପ୍ଟେମ୍ବରରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇଥିଲେ । ଏହା ଦୁର୍ଗମଚେବୁଲ କେବଲ ବ୍ରିଜ୍ ନିକଟରେ ହୋଇଥିଲା । ଏକ ସ୍ପୋଟ୍ସ ବାଇକ୍ ଚଲାଉଥିବା ସମୟରେ, କାଦୁଅ କାରଣରୁ ସେ ଖସିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।
ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲଗିନଥିଲା । ଶରୀରରେ ଆଘାତ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା , ଏହାପରେ ତାଙ୍କ ଭଲ ଚିକିସ୍ବା କରାଇବା ପାଇଁ ,ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା ।
ଏହାପରେ, ଅଭିନେତା ପବନ କଲ୍ୟାଣ ,ସାଇ କୋମାକୁ ଚାଲି ଯାଇଥିବା କହିଥିଲେ । କିନ୍ତୁ ଏବେ ନିକଟରେ ଖବର ଅନୁଯାୟୀ, ସାଇ ଏବେ ପୂର୍ବ ଅପେକ୍ଷା ଭଲ ଅଛନ୍ତି ଏବଂ କୋମାରୁ ବାହାରିଛନ୍ତି । ତାଙ୍କୁ ହସ୍ପିଟାଲରୁ ଖୁବ୍ ଶୀଘ୍ର ଡିସଚାର୍ଜ କରାଯିବ ବୋଲି ଶୁଣିବାକୁ ମିଳୁଛି । ତାଙ୍କ ପରିବାର ,ସାଙ୍ଗସାଥି ଓ ତାଙ୍କର ଶୁଭଚିନ୍ତକ ମାନେ ସେ ଜଲଦୀ ସୁସ୍ଥ ହୋଇ ଯାଆନ୍ତୁ ବୋଲି ଅପେକ୍ଷା କରିଛନ୍ତି ।
ଅନ୍ୟପଟେ, ୪ ଅକ୍ଟୋବରରେ ସାଇ ଧରମ ତେଜ ନିଜେ ଟ୍ବିଟ କରିଥିଲେ, ଯାହାକୁ ଦେଖିବା ପରେ ଅଭିନେତା ଖୁବ୍ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି । ସେ ତାଙ୍କର ଫିଲ୍ମ’ରିପବ୍ଲିକ୍’କୁ ମିଳିଥିବା ଭଲପାଇବା ପାଇଁ ଦର୍ଶକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।





