Monday, November 16, 2026
Home ଆଞ୍ଚଳିକ ଫୋର୍ବସ୍‌ ୪୦୦’ ଧନୀ ତାଲିକାରେ ନାହାନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଫୋର୍ବସ୍‌ ୪୦୦’ ଧନୀ ତାଲିକାରେ ନାହାନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

18

ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ‘ଫୋର୍ବସ୍‌ ୪୦୦’ ଧନୀ ତାଲିକାରେ ନାହାନ୍ତି ଟ୍ରମ୍ପ୍‌। ‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ଗତ ବର୍ଷ ଟ୍ରମ୍ପ୍‌ଙ୍କ ପାଖରେ ଯେତେ ପରିମାଣର ସମ୍ପତ୍ତି ଥିଲା ସେତିକି ଅଛି, କିନ୍ତୁ, କୋଭିଡ୍‌-୧୯ ମହାମାରୀ ଆରମ୍ଭ ବେଳୁ ସେ ୬୦୦ ନିୟୁତ ଆମେରିକୀୟ ଡଲାର୍‌ ନିମ୍ନଗାମୀ ହୋଇଛନ୍ତି।


ସମ୍ପ୍ରତି ଟ୍ରମ୍ପ୍‌ଙ୍କ ସମ୍ପତ୍ତିର ମୂଲ୍ୟ ୨.୫ ବିଲିୟନ୍‌ ଆମେରିକୀୟ ଡଲାର୍‌। ତେଣୁ, ଏବର୍ଷ ସେ ‘ଫୋର୍ବସ୍‌’ର ସର୍ବନିମ୍ନ ସମ୍ପତ୍ତି ମୂଲ୍ୟ ଅର୍ଥରାଶିରୁ ୪୦୦ ନିୟୁତ ଆମେରିକୀୟ ଡଲାର୍‌ ପଛରେ ରହିଯିବାରୁ ତାଲିକାଭୁକ୍ତ ହୋଇପାରିଲେ ନାହିଁ ଟ୍ରମ୍ପ।