Sunday, November 15, 2026
Home ଆଞ୍ଚଳିକ ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇ, ଏମିତି କହିଲେ ହୁମା କ୍ୟୁରେସୀ

ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇ, ଏମିତି କହିଲେ ହୁମା କ୍ୟୁରେସୀ

9

ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଜଣାଶୁଣା ଅଭିନେତ୍ରୀ ହୁମା କ୍ୟୁରେସୀ ଯେତିକି ଭଲ ଅଭିନୟ କରନ୍ତି, ତାଙ୍କର ଅନ୍ଦାଜରେ ମଧ୍ୟ ସେ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି । ତେବେ ନିକଟରେ ସେ ତାଙ୍କର ସୋସିଆଲ ମିଡିଆ ଆକାଉଂଟରେ ଫିଲ୍ମ’ବେଲ ବଟମ’ର ସେଟରୁ କିଛି ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫାଇଟ କରୁଥିବା ଏବଂ କ୍ଲାଇମାକ୍ସ ସିନରେ ମାଡ ଖାଉଥିବାର ନଜର ଆସୁଛନ୍ତି ।

ଏଥିରେ ସେ ଫାଇଟ ସିନର ରିହରସାଲ କରୁଛନ୍ତି । ଭିଡିଓରେ ହୁମାଙ୍କ ସହ ଲଢିବା ଭଲ ଥିଲା ବୋଲି କହିଛନ୍ତି ଅକ୍ଷୟ କୁମାର । ଆକ୍ସନ ସିନ ପାଇଁ ସେ ଯେଉଁ ପରିଶ୍ରମ କରିଛନ୍ତି,ଚଳଚିତ୍ରକୁ ତାହା ଜୀବନ୍ତ କରିବ । ଆଗକୁ ଅକ୍ଷୟ କହିଛନ୍ତି କି, ଏହା ଏକ ଛୋଟ ଫାଇଟ ଥିଲା,ହେଲେ ବହୁତ୍ ଶିଖିବାର ଥିଲା ‘।  

ସିନ୍ ପଛର ଏହି ଭିଡିଓ ପୂଜା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଦ୍ୱାରା ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରାଯାଇଛି। ଏହାକୁ ରିଟ୍ୱିଟ୍‌ କରିବା ବେଳେ ହୁମା କ୍ୟୁରେସୀ ଲେଖିଛନ୍ତି ଯେ, ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବାରେ କି ମଜ୍ଜା ଆସିଲା । ସାର୍, ଆପଣଙ୍କ ସହ ଫାଇଟ୍ ଟ୍ରେନିଂ କରିବା ଏକ ମଜାଦାର ଅନୁଭୂତି ଥିଲା। ହୁମା ଏକ ଫନୀ ଇମୋଜି ମଧ୍ୟ ସେୟାର କରିଛନ୍ତି।ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।