ଆଠଗଡ଼ରେ ବ୍ଲାକ୍ ପଲସର ଆତଙ୍କ, ଲୁଟିନେଲେ ୪୫ ହଜାର ଟଙ୍କା

3

କଟକ,୦୭/୧୦/୨୧ (ଜିଲ୍ଲା ଖବର) :  ଆଠଗଡ଼ରେ ବ୍ଲାକ୍ ପଲସର ଆତଙ୍କ । ଦୋରୋଡ଼ ଛକରେ 45 ହଜାର ଟଙ୍କା ଲୁଟିନେଲେ 2 ଲୁଟେରା । ଗାଡ଼ିରେ ଥୋଇ କ୍ଷୀର ଆଣିବାକୁ ଯାଇଥିବା ବେଳେ ହୋଇଥିଲା ଲୁଟ୍ । ଆଉ ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ଯୋରନ୍ଦା ଗାଁର ଗନ୍ଧର୍ବ ସେନ ପଞ୍ଚୁଆତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ୪୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ତେବେ ଦୋରୋଡ ଛକରେ କ୍ଷୀର ଆଣିବାକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡିରୁ ଟଙ୍କା ବ୍ୟାଗ୍ ଟିକୁ ନେଇ ଯାଇଥିଲେ ।  ଏନେଇ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ଆଠଗଡ଼ ପୋଲିସ ।