Thursday, November 12, 2026
Home ଆଞ୍ଚଳିକ ପାକିସ୍ତାନରେ 6.0 ତୀବ୍ରତା ଭୂମିକମ୍ପର ଝଟକା, 20 ମୃତ

ପାକିସ୍ତାନରେ 6.0 ତୀବ୍ରତା ଭୂମିକମ୍ପର ଝଟକା, 20 ମୃତ

6

୦୭/୧୦/୨୧ (ଜିଲ୍ଲା ଖବର) :  ପାକିସ୍ତାନରେ 6.0 ତୀବ୍ରତା ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ ଅତି କମରେ ପ୍ରାୟ 20 ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଏହାସହ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ସୂଚନାନୁସାରେ, ଗୁରୁବାର ସକାଳ ପ୍ରାୟ ସାଢେ ୩ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା । ପାକିସ୍ତାନର ହରନେଇ ଅଞ୍ଚଳ ଭୂମିକମ୍ପ ଝଟକାରେ ଥରିଥିଲା । ଲୋକେ ଭୟବୀତ ହୋଇ ଘରୁ ବାହାରକୁ ପଳାଇଥିଲେ । ତେବେ ସମସ୍ତେ ଶୋଇଥିବାବେଳେ ଭୂମିକମ୍ପ ହୋଇଥିବା ହେତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆସା କରାଯାଉଛି ।