
ମୁମ୍ବାଇ, ୦୭/୧୦/୨୧ (ଜିଲ୍ଲା ଖବର) : ଏନସିବି କଷ୍ଟଡିରେ ଅଛନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ମୁମ୍ବାଇର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବଡେ ମିଆଁ ବଲିଉଡ ତାରକାଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ତେବେ ଆର୍ଯ୍ୟନଙ୍କ ପାଇଁ ସେଠାରୁ ଏନସିବି ବିରିୟାନୀ ମଗାଇଥିଲା ।
ଆର୍ଯ୍ୟନଙ୍କୁ ବଡେମିଆଁ ବିରିୟାନୀ ପରଷିବା ପଛରେ କାରଣ ହେଲା ,ଏହା ଏନସିବି କାର୍ଯ୍ୟାଳୟ ନିକଟରେ ଅଛି। ଏହାର ବିରିୟାନୀ ଓ କବାବ ମଧ୍ୟ ବହୁତ ସ୍ୱାଦିଷ୍ଟ।
ରେଷ୍ଟୁରାଣ୍ଟ ମାଲିକ ମଧ୍ୟରୁ ଜଣେ ସଲମାନ ଶେଖ କହିଛନ୍ତି ଯେ ଯେତେ ସେଲିବ୍ରିଟି ଆସନ୍ତି ସେମାନଙ୍କର କେବେ ହିସାବ ରଖାଯାଏ ନାହିଁ। ସେ କହିଛନ୍ତି ଯେ ସେମାନେ ସେଲିବ୍ରିଟିଙ୍କୁ ଅସହଜ ଅନୁଭବ କରିବାକୁ ଦିଅନ୍ତିନି ଏବଂ ପ୍ରାଇଭେସି ମେଣ୍ଟେନ କରନ୍ତି। ଶାହରୁଖ, ସଲମାନଙ୍କଠୁ ଆରମ୍ଭ କରି ଅନେକ ସେଲିବ୍ରିଟି ଏଠାକୁ ବିରିୟାନୀ ଓ କବାବ ଚାଖିବାକୁ ଆସିଥାନ୍ତି।


