
ଯାଜପୁର, ୦୭/୧୦/୨୧ (ଜିଲ୍ଲା ଖବର) : ବିସ୍ଫୋରକ ଗଦାରେ ଯାଜପୁର ଧର୍ମଶାଳା । ପୁଣି ଥରେ ଯାଜପୁରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ଲୁଣିବର ଖଣିଖଦାନଠାରୁ କିଛି ଦୂରରେ ପୋତାଯାଇଥିବା ବିସ୍ଫୋରକ ଜବତ କରିଛି ପୋଲିସ । ପୂର୍ବରୁ ମଧ୍ୟ ସାତମାଣ ଗ୍ରାମରେ ମାତ୍ରାଧିକ ବିସ୍ଫୋରକ ଜବତ ହୋଇଥିଲା ।
ତେବେ ବଡ଼ ପ୍ରଶ୍ନ ହେଉଛି ଏ ବିସ୍ପୋରକ କାହାର? ଏହାକୁ କିଏ ଓ କାହିଁକି ରଖିଥିଲା ? ବେଆଇନ ପଥର ଖୋଳା ପାଇଁ ଏହାକୁ ରଖାଯାଇଥିଲା କି ? ଏଥିରେ ବଡ଼ ପ୍ରଭାବଶାଳୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ମଧ୍ୟ ମାମୁଁ-ଭଣଜା ଘାଇ ବେଳେ ଡିନାମାଇଟ ଓ ବିସ୍ଫୋରକରେ ଉଡ଼ାଯିବାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ଘଟଣାକୁ ନେଇ ଏବେ ବି ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନି । ସେପଟେ ପୁଣି ଥରେ ବିସ୍ପୋରକ ଜବତ ହେବା ଜିଲ୍ଲାରେ ବଡ଼ ଧରଣର ଚୋରା କାରବାର ହେଉଥିବା ସନ୍ଦେହ କରାଯାଉଛି ।



