
ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) :ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବେ ବେଶ ଚର୍ଚ୍ଚାରେ । ଦେଶ ପାଇଁ ସୁନା ଜିତିବା ପରେ, ସେ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । କେବଳ ଖେଳ ନୁହେଁ, ଖେଳ ସହିତ ସେ ତାଙ୍କର ଆଉ ଏକ ପ୍ରତିଭାକୁ ନେଇ ନିକଟରେ ବେଶ ଚର୍ଚ୍ଚାରେ ଅଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସେ ଏବେ ଫ୍ୟାଶନ ଦୁନିଆଁରେ ନିଜର ଜଲଓ୍ବା ଦେଖାଇଛନ୍ତି ।
ନିକଟରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଫେମସ୍ ଡିଜାଇନର ରୋହିତ ବଳଙ୍କ ଆଉଟ୍ଫିଟ୍ରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହାକୁ ନୀରଜ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଟ୍ରାଡିସନାଲ ଆଉଟ୍ଫିଟ୍ରେ ନଜର ଆସୁଛନ୍ତି । ଏହି ଲୁକ ଦେଖି ଲାଗୁଛି ସେ କେଉଁ ମଡେଲ ଠାରୁ କମ୍ ଦେଖା ଯାଉ ନାହାନ୍ତି ।
ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କ ଆଉଟ୍ଫିଟ୍ରେ ଫଟୋସୁଟ୍ କରିବା ସୁଯୋଗ ପାଇଥିଲି। ତାଙ୍କ ଏଲିଗେଣ୍ଟ, କ୍ଲାସିକ୍ ଏଥନିକ୍ ୱେୟାର ଓ ଡିଜାଇନ୍ ମୋତେ ବହୁତ୍ ପସନ୍ଦ ଆସିଛି। ଖୁବ୍ଶୀଘ୍ର ଏହାକୁ ମୁଁ ମୋ ଓ୍ଵାର୍ଡରୋବରେ ସାମିଲ କରିବି।



