Sunday, November 15, 2026
Home ଆଞ୍ଚଳିକ ଚେତାବନୀ ଦେଇ ଏମିତି କହିଲେ ଅନୁଷ୍କା ଶର୍ମା

ଚେତାବନୀ ଦେଇ ଏମିତି କହିଲେ ଅନୁଷ୍କା ଶର୍ମା

7

ନୂଆଦିଲ୍ଲୀ, ୦୭/୧୦/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଫଟୋ ହେଉ ବା ଭିଡିଓ, ସେ ସବୁବେଳେ କିଛି ନା କିଛି ସେୟାର କରନ୍ତି । ନିକଟରେ ସେ ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ।

ତେବେ ଅନୁଷ୍କା ଏକ ବହିର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ବୃକ୍ଷ ଓ ଉଦ୍ଭିଦ ଉପରେ ନିଜ ଜୀବନଶୈଳୀର ଫାଇଦା ବିଷୟରେ କୁହାଯାଇଛି । ଏହା ସେୟାର କରି ସେ ଲେଖିଛନ୍ତି ଯେ, ମାଂସାହାରୀ ଲୋକେ ଦୟାକରି ଏହାକୁ ପଢନ୍ତୁ ଏବଂ ସାକାହାରୀ ଜୀବନଶୈଳୀକୁ ନେଇ ମୋ ସହ ଯୁକ୍ତି କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।  ଏହି ବହି Simon Hill ଲେଖିଛନ୍ତି ‘The Proof is in the Plants’  ଯାହା ଜିମରେ ପଢିବା ସମୟରେ ଅନୁଷ୍କା ସେୟାର କରିଛନ୍ତି ।

ଅନୁଷ୍କା ପୂରା ଭେଜିଟେରିଆନ୍‌ ହୋଇଥିବା ବେଳେ, ସେ ଦୀର୍ଘ ସମୟ ଧରି ଏହାକୁ ଅନୁସରଣ କରୁଛନ୍ତି। ସେ ଶାକାହାରୀ ଖାଦ୍ୟ ଖାଇବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ସେ PETAର ‘ହଟେଷ୍ଟ ଭେଜିଟେରିଆନ୍ସ’ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ପଶୁମାନଙ୍କର ସୁରକ୍ଷା ଏବଂ ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ ମଧ୍ୟ କରନ୍ତି।