କଳାହାଣ୍ଡିର ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଠିକଣା ମିଳିଲା

3

କଳାହାଣ୍ଡି,୦୭/୧୦/୨୧ (ଜିଲ୍ଲା ଖବର) :  ଖବର ପ୍ରସାରଣ ପରେ  ମିଳିଲା ନିଖୋଜ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଠିକଣା ।  କଳାହାଣ୍ଡିର ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଠିକଣା ମିଳିଛି । ସେ ଭବାନୀପାଟଣା ବ୍ଲକ କର୍ଲାଗୁଡା ଗାଁର ପୁର୍ଣ୍ଣଚନ୍ଦ୍ର ଗୌଡ ବୋଲି ଜଣାପଡିଛି । 5 ବର୍ଷ ପୂର୍ବରୁ ଗୁଜରାଟ ଖଟିବାକୁ ଯାଇ ସେ ନିଖୋଜ ହୋଇଯାଇଥିଲେ ।

ଯୁବକକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୋଲିସ ସହାୟତାରେ ଗୁଜୁରାଟ ଅଭିମୁଖେ ବାହାରିଛନ୍ତି ପୁର୍ଣ୍ଣଚନ୍ଦ୍ର ଗୌଡଙ୍କ ପରିବାର ଲୋକେ । ଗୁଜରାଟ ଯାଇ ନିରାଶ ହୋଇ ଫେରିଥିଲେ ପୂର୍ଣ୍ଣଙ୍କ ବାପା । ତେବେ ଶେଷରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଅର୍ଗର ଖବର ପ୍ରସାରଣ କରିଥିଲା । ଏହା ପରେ ମିଳିଥିଲା ପୂର୍ଣ୍ଣଚନ୍ଦ୍ରଙ୍କ ସନ୍ଧାନ ।

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବ୍ଲକ କର୍ଲାଗୁଡା ଗାଁ ର ତୁଳସୀ ଗୌଡ ସ୍ତ୍ରୀ ଜମୁନା ଗୌଡ । ଦୁଇ ପୁଅ ଗୋଟେ ଝିଅକୁ ନେଇ ଏକ ଛୋଟ ପରିବାର । କୁଲି ମଜୁରି କରି ତୁଳସୀ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଝିଅ ପ୍ରଭାର 15 ବର୍ଷ ବୟସରୁ ହଠାତ ହାତ ଗୋଡ କାମ କରିବା ବନ୍ଦ କରି ଦେଲା । ଚଳିବା ବହୁତ କଷ୍ଟ ହେବାରୁ ଏହା ଦେଖି ଭାଇ ପୂର୍ଣ୍ଣ ଗୌଡ ସୁଦୂର ଗୁଜୁରାଟକୁ ଭଉଣୀର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବା ପାଇଁ ଚାଲିଗଲା । ଏକ କମ୍ପାନୀରେ ବର୍ଷେ ଦୁଇ ବର୍ଷ କାମ କଲା ପରେ  କିଛି ଟଙ୍କା ମଧ୍ୟ ଭଉଣି ପାଇଁ ସଞ୍ଚୟ କରିଥିଲା । ହେଲେ ଲକଡାଉନ ହୋଇଯିବା ପରେ ଯେଉଁ ଟଙ୍କା ଭଉଣୀର ଚିକିତ୍ସା ପାଇଁ ରଖିଥିଲା ତାହା ସବୁ ଖର୍ଚ୍ଚ ହୋଇଗଲା । ପରେ ମାନସିକ ସ୍ଥିତି ଦେଇ ଗତି କରୁଥିଲେ ପୂର୍ଣ୍ଣ ।

ସୋସିଆଲ ମିଡିଆ ଜରିଆରେ ଜଣେ ସହୃଦୟ ଯୁବକ ଏହି ମାନସିକ ବିକୃତ ଯୁବକକୁ ଘର ଫେରାଇବାକୁ ଯୁବକଙ୍କ ନିଆରା ଉଦ୍ୟମ ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ପୁର୍ଣ୍ଣ ଗୌଡର ଭିଡିଓ । ଭିଡିଓଟି ଗୁଜରାଟର ଉଜଓ୍ୱାଡା ଗାଁରୁ ଆସିଥିଲା । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଓ ଗଣମାଧ୍ୟମରେ ପ୍ରଚାର ହେବା ପରେ ପୁର୍ଣ୍ଣ ଗୌଡ ନିଜ ମା ବାପା କୁ ପାଇ ପାରିଛନ୍ତି । ତେବେ ଏନେଇ ପୁର୍ଣ୍ଣ ଗୌଡ କୁ ଆଣିବା ପାଇଁ ଭବାନିପାଟଣାର ରାଜୀବ ଲୋଚନ ଶତପଥି ନିଜ ଆଡୁ ସହଯୋଗ କରିଛନ୍ତି ।