Saturday, November 14, 2026
Home ଆଞ୍ଚଳିକ ଜୁଆଆଡା ରେ ପୋଲିସ ର ଚଢ଼ାଉ

ଜୁଆଆଡା ରେ ପୋଲିସ ର ଚଢ଼ାଉ

68

କବିସୂର୍ଯ୍ୟନଗର,୭/୧୦(ଜିଲ୍ଲା ଖବର) : କିଛି ଦିନର ବ୍ୟବଧାନ ପରେ ପୁଣି କବିସୂର୍ଯ୍ୟନଗର ପୋଲିସ କୁ ମିଳିଛି ବଡ ସଫଳତା l କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ପୂର୍ବରୁ ଚାଲିଥିବା ଜୁଆଆଡା ଉପରେ ଅଚାନକ ପୋଲିସ ଚଢ଼ାଉ କରି 10 ଜଣ ଜୁଆଡ଼ି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜୁଆଆଡା ନିକଟରୁ ଏକଲକ୍ଷ 18 ହଜାର ରୁ ଉର୍ଦ୍ଧ ଟଙ୍କା,19 ମୋବାଇଲ ଓ 15 ମୋଟରସାଇକଲ ଜବତ କରିଛି ପୋଲିସ l ଗିରଫ ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରାଯଇଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ l