
ବେଗୁନିଆପଡା,୭/୧୦ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡାର ବାଲିସାହିରେ ରହୁଥିବା ରାଧାକାନ୍ତ ଜୟସିଂଙ୍କ ବାଡ଼ି ପଟେ ବ୍ରହ୍ମ କମଳ ପୁଷ୍ପ ଫୁଟିଛି । ବ୍ରହ୍ମକମଳ ଏକ ଦୁର୍ଲଭ ପୁଷ୍ପ ଅଟେ । ଏହି ପୁଷ୍ପ ଦେବତା ମାନଙ୍କ ଅତି ପ୍ରିୟ ହୋଇଥିବାରୁ ଏହି ପୁଷ୍ପ ସମସ୍ତ ଅଭିଳାଷ ପୂରଣ କରିଥାଏ ବୋଲି ମଧ୍ଯ ବିଶ୍ବାସ ରହିଛି । ସିଂ ବାବୁ ଏହି ପୁଷ୍ପ ବୃକ୍ଷଟି ରାୟଗଡାରୁ ଆଣି ନିଜ ବାଡି ପଟେ ଲଗାଇଥିଲେ । ଲଗାଇବାର ପାଞ୍ଚ ବର୍ଷ ପରେ ଏହି ପୁଷ୍ପ ଫୁଟିଛି । ଏହି ପୁଷ୍ପ ଦେଖି ସିଂ ପରିବାର ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି । ଏହାକୁ ଦେଖିବାକୁ ମଧ୍ଯ ବହୁ ଲୋକ ଆସୁଛନ୍ତି ।




