
ସାଧନା ସ୍ଥଳ
ତଡି ପାରିବେ
ନିଜ ଦେଶରୁ ପଶୁର ବଳ ।
ଏକାଠି ହୋଇ
ସାଧୁ ପଣ୍ଡିତେ
ସଜାଡି ଦେଲେ ନିଜର କଳ ।।୧।।
ସ୍ବଦେଶୀ ରନ୍ଧା
ସ୍ବଦେଶୀ ପିନ୍ଧା
ସଭିଙ୍କ ଦିହେ ପାଇଲା ଶୋଭା ।
ଚରଖା ଟିଏ
ସୂତା କାଟିଲା
କୁଟୀର ଶିଳ୍ପ ହୋଇଲା ଉଭା ।।୨।।
ସଅଳ ଉଠି
କାମକୁ ସାରି
ପାଳିତ ପଶୁଙ୍କ ନେଲେ ଯତନ ।
ନିଜର କାମ
ନିଜେ କରିଲେ
ନିସ୍ୱାର୍ଥ ଭାବ ରଖିଲେ ଜନ ।।୩।।
ସତ କହିଲେ
ସତ ଦେଖିଲେ
ମିଥ୍ୟା ଅନ୍ୟାୟ ନିନ୍ଦି ଚାଲିଲେ ।
ଶୋଷଣ ଡରି
ଲାଜରେ ମରି
ମୁହଁ ଜାକିଲା ଗୋରା ଜାଣିଲେ ।।୪।।
ସରଳ କଥା
ଜୀବନ ଗାଥା
ସ୍ୱଚ୍ଛ ମଣିଷଙ୍କ ସ୍ୱଚ୍ଛ ବାରତା
ହୃଦୟ ଛୁଏଁ
ଅହିଂସା ନୀତି
ନୋଇଁ ପଡିଲା ବିଦେଶୀ ମଥା ।।୫।।
ଛାଡି ଚାଲିଲେ
ନିଜ ଦେଶକୁ
ଗାଇଲେ ସେଠି ଭାରତ ଗୀତ ।
ବିଶ୍ୱରେ ଶ୍ରେଷ୍ଠ
ଭାରତ ଦେଶ
ସୁନ୍ଦର ସେହି ଭାରି ଶକତ ।।୬।।
ଦେଶ ଭକତ
ଦେଶର ବଳ
ଯା’ ପାଇଁ ହସେ ଆମରି ଦେଶ ।
ତା’ ପାଦେ ପୁଷ୍ପ
ହୃଦୟ ଥୋଇ
ଆସ ଗାଇବା ତାଙ୍କରି ମନ୍ତ୍ର ।।୭।।

ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ8249486455


