Monday, November 16, 2026
Home ଆଞ୍ଚଳିକ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ତରଫରୁ ଶତାଧିକ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ

ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ତରଫରୁ ଶତାଧିକ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ

53

ଧରାକୋଟ,୬/୧୦/(ଜିଲ୍ଲା ଖବର) : ବୁଧବାର ଦିନ ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଦ୍ଵାରା ଧରାକୋଟ ବାଲ୍ମିକେଶ୍ବର ଅନାଥାଶ୍ରମ ସୋସାଇଟିରେ ଆସିକା ବ୍ରହ୍ମାକୁମାରୀସ୍ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସମସ୍ତ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ଈଶ୍ବରୀୟ ସନ୍ଦେଶ ଆତ୍ମାର ପରିଚୟ ଦେବାସହ ସମସ୍ତ ଅନ୍ତେବାସୀଙ୍କୁ ସହଜ ରାଜଯୋଗ ଦ୍ଵାରା କିପରି ମନକୁ ଏକାଗ୍ରତା କରିପାରିବେ ତାହା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନାଥାଶ୍ରମର ପରିଚାଳକ ତଥା କୋଷାଧକ୍ଷ କେ. ଟୁନା ଦୋରା ବ୍ରହ୍ମାକୁମାରୀସ୍ ଦିଆଯାଉଥିବା ସତ୍ୟଗୀତା ଓ ସହଜ ରାଜଯୋଗକୁ ଅଭ୍ୟାସ କରିବା ସମସ୍ତ ଅନ୍ତେବାସୀଙ୍କୁ ଆହ୍ଵାନ କରିଥିଲେ। କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗରର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ ସଂସ୍ଥାର ପରିଚୟ ଦେବାବେଳେ ଧରାକୋଟର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ଭାଗ୍ୟ ଭଉଣୀ ରାଜଯୋଗ ଅଭ୍ୟାସ କରାଇଥିଲେ। ରାଜଯୋଗୀ ବ୍ରହ୍ମାକୁମାର ସତ୍ୟପ୍ରିୟ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ସ୍ମିତା ଭଉଣୀ ଧନ୍ଯବାଦ ଅର୍ପଣ କରିଥିଲେ ବ୍ରହ୍ମାକୁମାର ଚକ୍ରଧର ଭାଇ, ବ୍ରହ୍ମାକୁମାର ମଙ୍ଗୁଳୂ ଓ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଶ୍ରମର ସମସ୍ତ କର୍ମକର୍ତ୍ତା ପି. ଗୀତାଞ୍ଜଳି ଦୋରା.,ଶିଶିର କୁମାର ରାଜ, ପ୍ରସାଦ କୁମାର ଗୌଡ, କାଳିଆ ବେହେରା, ସୁନୀଲ ଚନ୍ଦ୍ର ସ୍ଵାଇଁ, ପ୍ରଭାସିନି ସ୍ୱାଇଁ ସହ ସମସ୍ତ ଅନ୍ତେବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ତରଫରୁ ଶତାଧିକ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।