ସୁନାବେଡାରେ ଅଶାନ୍ତି, ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

9

କୋରାପୁଟ,୦୬/୧୦/୨୧ (ଜିଲ୍ଲା ଖବର) : ସୁନାବେଡାରେ ଅଶାନ୍ତି । ପୁରୁଣା ସୁନାବେଡା ଓ କାକିଗାଁ ମଧ୍ୟର ବିବାଦ ଘଟଣା। ରାସ୍ତାରେ ଶବ ରଖି ଧାରଣାରେ ବସିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଯେପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ମିଳିନି ଏବଂ କ୍ଷତିପୂରଣ ମିଳିନି ସେପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ସେମାନେ ଅଡି ବସିଛନ୍ତି। 

ସୂଚନାନୁସାରେ, ପୁରୁଣା ସୁନାବେଡାର ଯୁବକ ଚନ୍ଦ୍ର ଶେଖରକୁ ଅପହରଣ କରି ମାଡ ମାରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ୨୬ ନଂ ଜାତୀୟ ରାଜପଥର ସୁନାବେଡା ଥାନା ସମ୍ମୁଖରେ ମୃତ ଯୁବକର ଶବ ରଖି ସ୍ଥାନୀୟ ଲୋକେ ଧାରଣା ଦେବା ସହ କ୍ଷତିପୂରଣ ଦାବି କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।