Thursday, November 12, 2026
Home ଆଞ୍ଚଳିକ ମଲରେ ପହଞ୍ଚି ଚିଲେଇଲେ ଜୈଦ୍ ଦରବାର୍

ମଲରେ ପହଞ୍ଚି ଚିଲେଇଲେ ଜୈଦ୍ ଦରବାର୍

13

ନୂଆଦିଲ୍ଲୀ, ୦୬/୧୦/୨୧ (ଜିଲ୍ଲା ଖବର) : ମଡେଲ ତଥା ଅଭିନେତ୍ରୀ ଗୌହର ଖାନ୍ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ତେବେ ବିବାହ ବନ୍ଧନରେ ବାନ୍ଧିହେବା ପରେ, ଏବେ ଗୌହରଙ୍କ ସହିତ ତାଙ୍କ ସ୍ବାମୀ ଜୈଦ ଦରବାରଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ନିକଟରେ ସେୟାର କରାଯାଇଥିବା ଜୈଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଉଛି । 

ନିକଟରେ ସୋସିଆଲ ମିଡିଆରେ ଜୈଦ୍ ଦରବାରଙ୍କ ଦ୍ବାରା ସେୟାର କରାଯାଇଥିବା ଭଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ , ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ,  ରାସନ ଲିଷ୍ଟରେ ନେଇ ଜୈଦ ମଲରେ ପହଞ୍ଚୁଛନ୍ତି ,ଏବଂ ସେଠାରେ ପହଞ୍ଚିବା ପରେ, ଚିନ୍ତିତ ଥିବା ନଜର ଆସୁଛନ୍ତି ଓ ମଲରେ ଚିଲ୍ଲାଇବାରେ ଲାଗନ୍ତି ।

ତାଙ୍କର ଏହି ଭିଡିଓ ଦେଖିବା ପରେ, ସେଥିରେ ଫ୍ୟାନ୍ସମାନେ ନିଜ ନଜର ରିଆକ୍ସନ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଭାଇ ବିବାହ କଲେ ଏହା ହିଁ ହୁଏ ‘ । ଅନ୍ୟଜଣେ ଲେଖିଛନ୍ତି ‘ ଏଠାରେ ବି ଅବସ୍ଥା କିଛି ଏମିତି’ ।  ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେଉଛନ୍ତି ।