Home ଆଞ୍ଚଳିକ ବଲିଉଡ ଛାଡିବା ପରେ, ପ୍ରଥମ ଫଟୋ ସେୟାର କଲେ ଏହି ଅଭିନେତ୍ରୀ

ବଲିଉଡ ଛାଡିବା ପରେ, ପ୍ରଥମ ଫଟୋ ସେୟାର କଲେ ଏହି ଅଭିନେତ୍ରୀ

10

ନୂଆଦିଲ୍ଲୀ , ୦୬/୧୦/୨୧ (ଜିଲ୍ଲା ଖବର)  ୨୦୧୯ ରେ ବଲିଉଡକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ ବଲିଉଡର ଜଣାଶୁଣା ଅଭିନେତ୍ରୀ ଜାୟରା ଓ୍ବାସିମ୍ । ଏହାପରେ ସେ ତାଙ୍କର ସମସ୍ତ ଫଟୋ ସୋସିଆଲ ମିଡିଆରୁ ଡିଲିଟ କରି ଦେଇଥିଲେ । ହେଲେ ବଲିଉଡ ଛାଡିବାର ଦୀର୍ଘ ଦୁଇ ବର୍ଷ ପରେ , ସୋସିଆଲ ମିଡିଆରେ ପ୍ରଥମ ଫଟୋ ସେୟାର କରିଛନ୍ତି ଜାୟରା ।  

ସୂଚନା ଅନୁଯାୟୀ,ବଲିଉଡରୁ ବିଦାୟ ନେବା ପରେ, ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ, ଜାୟରାଙ୍କ ଚେହେରା ଦେଖାଯାଉ ନାହିଁ । ଏହି ଫଟୋ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଦ ୱାର୍ମ ଅକ୍ଟୋବର ସନ୍’। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।