ତାଳଦଣ୍ଡା କେନାଲରେ ବୁଡ଼ି 2 ଶିଶୁ ମୃତ

29

ପାରାଦ୍ୱୀପ,୦୬/୧୦/୨୧ (ଜିଲ୍ଲା ଖବର) : ତାଳଦଣ୍ଡା କେନାଲରେ ଅଘଟଣ । ପାରାଦୀପ ତାଳଦଣ୍ଡା କେନାଲରେ ବୁଡ଼ି ଯାଇ 2 ଶିଶୁ ମୃତ । ଅଠରବାଙ୍କୀ ତାଳଦଣ୍ଡା କେନାଲରେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ ଆଜି ଲକପଡା ରେ ରହୁଥିବା ନୃସିଂହ ମିସ୍ତ୍ରୀ ଙ୍କ ୪ ବର୍ଷ ର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷ ର ଝିଅ ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡ଼ିଥିଲେ । ମାତ୍ର ଏ ସମ୍ପର୍କରେ କେହି ଜାଣିପାରି ନଥିଲେ ।

କିଛି ସମୟ ପରେ ଗାଧୋଉଥିବା ଲୋକ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଡାକ୍ତରଖାନା ପରିସର ଓ ଲକ୍ ପଡା ବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।