
କଟକ,୦୬/୧୦/୨୧ (ଜିଲ୍ଲା ଖବର) : କଟକ ଜେଲ୍ ପଡ଼ିଆରେ ଧଳାଜହର ଖେଳ । ଦରଘାବଜାର ପୋଲିସ କଲା ଡ୍ରଗ୍ସ କ୍ରାରବାରର ପର୍ଦ୍ଦାଫାସ । ଜବତ ହୋଇଛି 268 ଗ୍ରାମ ବ୍ରାଉନ ସୁଗର । ଏହି କାରବାର କରୁଥିବା 3 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୨୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ।
ଅଭିଯୁକ୍ତଙ୍କଠୁ ନଗଦ ୧ ଲକ୍ଷ ୨୮ ହଜାର ଟଙ୍କା, ୪ଟି ଫୋନ୍, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଜବତ ହୋଇଛି । ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କଟକ ସହରାଞ୍ଚଳ ପୋଲିସ ୪ କେଜି ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୩୦ ଜଣ ଗିରଫ ହୋଇଛନ୍ତି ।



